ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡିସେମ୍ବର ୪ ରୁ ସଂସଦର ଶୀତି ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଡିସେମ୍ବର ୨ ତାରିଖ ସର୍ବଦଳୀୟ ବୈଠକ ବସିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ୨ ତାରିଖରେ ହେବ ବୋଲି ଶନିବାର ସୂଚନା ଦେଇଛନ୍ତି। ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୨୨ ଯାଏ ଚାଲିବ। ଏ ସମ୍ପର୍କରେ ଶ୍ରୀ ଯୋଶୀ ନଭେମ୍ବର ୯ ତାରିଖରେ ସୂଚନା ଦେଇଥିଲେ। ୧୯ ଦିନ ଧରି ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଆଗତ କରାଯିବ। ଆଇପିସି, ସିଆପିସି ଓ ପ୍ରମାଣ ଆଇନକୁ ବଦଳ କରିବା ପାଇଁ ବିଲ ଆସିବ। ସେହିପରି ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ବିଲ ଆଗତ କରାଯିବ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..