ରିପୋର୍ଟ କାର୍ଡ / କୋରାପୁଟ
ଚାକିରିରୁ ବହିଷ୍କୃତ ହେଲେ ଆଇଆଇସି ସୁଶାନ୍ତ ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଛନ୍ତି ଗତ ୨୭ ତାରିଖରେ ରାତିରେ ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିଲେ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଉକ୍ତ ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଆଇଆଇସିଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ପର ଦିନ ଆଇଆଇସିଙ୍କ କଟକ ବକ୍ସିବଜାରସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଥିଲା ଭିଜିଲାନ୍ସ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇ ଯିବା ପରେ ମେଶିନ ମଗାଯାଇ ଟଙ୍କା ଗଣା ଯାଇଥିଲା । ଆଇଆଇସି ସୁଶାନ୍ତଙ୍କ ଘରୁ ସର୍ବମୋଟ ୩୭ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..