Report Card Odisha

| Daily Odia News

ଆଜି ୪ ରାଜ୍ୟର ନିର୍ବାଚନ ରେଜଲ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସକାଳ ୮ଟାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି | ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାର ନିର୍ବାଚନ ରେଜଲ୍ଟ ଆସିବ । ମିଜୋରାମରେ ଭୋଟ୍ ଗଣନା ଆସନ୍ତାକାଲି ହେବ। ମଧ୍ୟପ୍ରଦେଶର ୫୨ ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ୨୩୦ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦ ହଜାରରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ଭୋଟ୍ ଗଣିବା ଦାୟିତ୍ୱ ତୁଲାଉଛନ୍ତି। ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ କହିଛନ୍ତି ଯେ ସରକାରୀ ଭାବେ ଫଳାଫଳ ୫ରୁ ୧୦ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି।

Breaking News