Report Card Odisha

| Daily Odia News

ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ ପରେ ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ନୀତି ସରିବା ପରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି କୁହାଯାଇଛି ।

Breaking News