ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଲାଗି ବାତାନୁକୁଳିତ ବ୍ୟାରିକେଡ୍ ନିର୍ମାଣ କରାଯିବ। ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ ଲିମିଟେଡ୍ ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ ପାଇଁ ଆଜି ମାପଚୁପ ଆରମ୍ଭ ହୋଇଛି। ବଡଦାଣ୍ଡର ମରଚିକୋଟ୍ ଛକ ନିକଟରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡାରେ ଶୀତତାପ ନିୟନ୍ତ୍ରୀତ ଟେନସାଲ୍ ଫାବ୍ରିକ କାର୍ଯ୍ୟ ଆରମ୍ଭ ହେବ। ବ୍ୟାରିକେଡ ଉପରେ ଓ ଏହାର ଚତୁଃପାର୍ଶ୍ବରେ ଟେନସାଲ୍ ଫାବ୍ରିକ କଭର ଦିଆଯିବ। ଏଥିରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଯିବ। ବର୍ଷସାରା ଏହି ବ୍ୟାରିକେଡ୍ ରହିବ। କେବଳ ରଥଯାତ୍ରା ସମୟରେ ଏହି ବ୍ୟାରିକେଡ୍ ହଟାଯିବ। ଶ୍ରଦ୍ଧାଳୁମାନେ ଏହି ବ୍ୟାରିକେଡ୍ ଭିତର ଦେଇ ଦୋଳବେଦୀ କୋଣ ହୋଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦଘାଟନ କରିବାର ପ୍ରସ୍ତାବ ରହିଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..