ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିଥିବା ବିଜେପି ସାଂସଦମାନଙ୍କୁ ମାସକ ମଧ୍ୟରେ ନିଜ ନିଜର ସରକାରୀ ବଙ୍ଗଳା ୩୦ ଦିନ ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ହୋଇଛି । ସାଂସଦ ହେବା ପରେ ବିଜେପି ସାଂସଦମାନଙ୍କୁ ଦିଲ୍ଲୀରେ ସରକାରୀ ବଙ୍ଗଳା ମିଳିଥିଲା। କିଛି ସାଂସଦ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଯେଉଁମାନେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ସେମାନଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତିଙ୍କୁ ପଠାଇ ସାରିଛନ୍ତି | ସେମାନଙ୍କୁ ସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ କୁହାଯାଇଛି। ଗୁରୁବାର ଲୋକସଭା ବାଚସ୍ପତି ଓମ ବିର୍ଲା ୯ ଜଣ ସାଂସଦଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ମଧ୍ୟ ରହିଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ ସାଂସଦ ପଦରୁ ଇସ୍ତଫା ଦେଇଥିବା ବିଜେପି ନେତାମାନେ ହେଲେ ମଧ୍ୟପ୍ରଦେଶର ରାକେଶ ସିଂହ, ଉଦୟ ପ୍ରତାପ ସିଂହ, ରିତି ପାଠକ, ରାଜସ୍ଥାନର ଦିୟା କୁମାରୀ ଓ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, ଛତିଶଗଡ଼ର ଗୋମାତି ସାଇ ଓ ଅର୍ଜୁନ ସାଓ। ରାଜ୍ୟସଭା ସାଂସଦ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..