ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ଏନେଇ ଏସଆଇଟି ଗଠନ କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆୟକର ବିଭାଗ ଦ୍ୱାରା ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର ଇତ୍ୟାଦି ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଅଫିସ, କାରଖାନା, କର୍ମଚାରୀମାନଙ୍କ ଘର ଏବଂ ସେମାନଙ୍କ ବିଭିନ୍ନ ଠିକଣାରେ ଏକାଥରକେ ଚଢ଼ାଉ କରି ୩୦୦ କୋଟି ଟଙ୍କାରୁ ଅଧିକ ଜବତ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଦୀର୍ଘ ଚାରିଦିନ ପରେ ମଧ୍ୟ ଗଣତି ଏବଂ ଚଢ଼ାଉ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ । ଆୟକର ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ତରରେ ପ୍ରକୃତର କେତେ କୋଟି ଟଙ୍କା ଜବତ କରାଯାଇଛି ଏବଂ କେଉଁ କେଉ ମଦବ୍ୟବସାୟୀଙ୍କ ପାଖରୁ କେତେ କୋଟି ଟଙ୍କା ଜବତ କରାଯାଇଛି ତାହାକୁ ପ୍ରକାଶ କରାଯାଇ ନାହିଁ । ଓଡ଼ିଶାର ମଦବ୍ୟବସାୟୀ ରାଜକିଶୋର ସାହୁ, ଦେବରାଜ ସାହୁ, ବଳଦେବ ସାହୁ ଆଣ୍ଡ ସନ୍ସ, କାମେଶ୍ୱର ତିୱାରୀ, ରାଜକିଶୋର ଜୟସୁଆଲ ଓ ଅନ୍ୟମାନଙ୍କ ମଦ କାରଖାନା ଉପରେ ଚଢ଼ାଉ ଜାରି ରହିଛି । ଏହି କଳାଟଙ୍କାର ପ୍ରକୃତ ଉତ୍ସ କଣ ଏବଂ କିଭଳି ଏତେଗୁଡ଼ିଏ କଳାଟଙ୍କା ଏହି ମଦବ୍ୟବସାୟୀମାନେ କାହିଁକି ଠୁଳ କରିଥିଲେ ଏହାର ସତ୍ୟାସତ୍ୟ ରାଜ୍ୟବାସୀଙ୍କୁ ଜଣାଯାଉ ବୋଲି କଂଗ୍ରେସ ଦାବି କରୁଛି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..