ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ | ବିଜେପି ମଧ୍ୟପ୍ରଦେଶରେ ନୂଆ ଚେହେରା କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଚି | ଆଜି ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମକୁ ନେଇ ସହମତି ହୋଇଥିଲା । ମୋହନ ଯାଦବ ଉଜ୍ଜୈନ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ଏବଂ ୨୦୧୩ ରୁ ଲଗାତାର ବିଧାୟକ ଅଛନ୍ତି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..