ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ୧୪ ମାସ ପରେ ସୋମବାର ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ବାହାରିଛନ୍ତି। ତାଙ୍କୁ ନେବାକୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲରେ ପହଞ୍ଚିଥିଲେ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । କହିଥିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି।କୋର୍ଟଙ୍କ ଉପରେ ମୋର ଭରସା ଅଛି। ସମସ୍ତଙ୍କ ବିଶ୍ୱାସକୁ ମୁଁ ରଖିବି। ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ।କୋର୍ଟକୁ ସବୁ ତଥ୍ୟ ଦେବା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ। ଏହାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଦୋହରାଇଛନ୍ତି ଅର୍ଚ୍ଚନା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..