Report Card Odisha

| Daily Odia News

ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଛନ୍ତି। ସୋମବାର ନୂଆଦିଲ୍ଲୀର କେ.ଡି. ଯାଦବ ଇଣ୍ଡୋର ହଲ୍‌‌ରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ୩୨ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କ୍ରୀଡ଼ା ସଂଗଠନର ୧ହଜାର ୪୫୦ ଜଣ କ୍ରୀଡ଼ାବିତ୍‌‌ ଭାଗ ନେଇଛନ୍ତି। ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତ୍‌‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହା ହେଉଛି ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ।

 

Breaking News