Report Card Odisha

| Daily Odia News

ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର। ଲୋକସଭାରୁ ବହିଷ୍କାର ହେବା ପରେ ତୁରନ୍ତ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍ ଜାରି କରାଯାଇଛି। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୮ରେ ମହୁଆଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଥିଲା। ଅଭିଯୋଗ ଅନୁସାରେ, ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏଥିପାଇଁ ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଶେଆର୍ କରିଥିଲେ। ଏହା ସହ ତାଙ୍କଠାରୁ ନଗଦ ଟଙ୍କା ଏବଂ ଦାମୀ ଗିଫ୍ଟ ଆଣିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। କିନ୍ତୁ ସେ ଏଥିକ୍ସ କମିଟିକୁ ସହଯୋଗ ନ କରିବାରୁ ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବାକୁ ସୁପାରିସ କରିଥିଲେ। ଶେଷରେ ଡିସେମ୍ବର ୮ରେ ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ ଓ ଅନୈତିକ ଦର୍ଶାଇ ସଂସଦରୁ ବହିଷ୍କୃତ କରାଯାଇଥିଲା।

Breaking News