Report Card Odisha

| Daily Odia News

ଏତେମାତ୍ରାରେ କଳାଧନ ଥିବା ଦେଖି ମନ ବିଚଳିତ ହୋଇପଡ଼ୁଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଆୟକର ଚୋରିର ଅଭିଯୋଗ ଆସିଛି । ଏହାକୁ ନେଇ ଆୟକର ବିଭାଗର ଅଧିକାରୀମା‌ନେ ଝାଡଖଣ୍ଡ ଓ ଓଡ଼ିଶାର ଅନେକ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉରୁ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଆୟକର ବିଭାଗ ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ବେଳେ ଧୀରଜ ସାହୁଙ୍କ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଧୀରଜ କଳାଧନା ଓ ଦୁର୍ନୀତି ଘଟଣାକୁ କେନ୍ଦ୍ର କ‌ରି ମୋଦୀଙ୍କୁ କଟାକ୍ଷ କରିଥିବା ଜଣାପଡ଼ିଛି। ବିଜେପି ଧୀରଜ ସାହୁଙ୍କ ଏସବୁ ଟୁଇଟକୁ ସେୟାର କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ମୋଦୀଙ୍କୁ ଆ‌‌‌କ୍ଷେପ କରି କରିଥିବା ଟୁଇଟରେ ଧୀରଜ କହିଥିଲେ,‘ ବିମୁଦ୍ରାୟନ ପରେ ଦେଶରେ ଏତେମାତ୍ରାରେ କଳାଧନ ଥିବା ଦେଖି ମନ ବିଚଳିତ ହୋଇପଡ଼ୁଛି। ମୁଁ ତ ବୁଝି ପାରୁନି ଲୋକେ କଳାଧନ କେଉଁଠୁ ଆଣନ୍ତି ଓ ତାକୁ କେଉଁ ଉପାୟରେ ରଖନ୍ତି। ଦେଶରେ ଚାଲିଥିବା ଦୁର୍ନୀତିକୁ ମୂଳରୁ ଶେଷ କେବଳ କଂଗ୍ରେସ ଦଳ ହିଁ କରି ପାରିବ।’ ଧୀରଜ ୨୦୨୧ ନଭେମ୍ବର ୮ ତାରିଖରେ କରିଥିବା ଏକ ଟୁଇଟରେ ଲେଖିଥିଲେ, ‘ବିମୁଦ୍ରାୟନ ଭାରତର ଅର୍ଥବ୍ୟବସ୍ଥାର ଅଣ୍ଟାକୁ ଭାଙ୍ଗି ଦେଇଛି। ବିମୁଦ୍ରାୟନ ଗୋଟିଏ ଲକ୍ଷ୍ୟକୁ ପୂରା କରିବା ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାର କାମ କରିଛି।’ ସେହିପରି ଧୀରଜ କହିଥିଲେ, ‘ବିମୁଦ୍ରାୟନକୁ ନେଇ ବଡ଼ବଡ଼ ଦାବି କରାଯାଇଥିଲା। କିନ୍ତୁ ଆରବିଆଇ ପକ୍ଷରୁ ସୂଚନା ମିଳିଥିଲା କି ବ୍ୟାଙ୍କରେ ଜମା ହୋଇଥିବା ୫୦୦ଟଙ୍କିଆ ନୋଟ ୧୦୧.୯ ପ୍ରତିଶତ ଓ ୨୦୦୦ଟଙ୍କିଆ ୫୪.୧୬ ପ୍ରତିଶତ ନକଲି ଥିଲା। ଏହି ସୂଚନା ସରକାରଙ୍କ ଦାବି ଉପରକୁ ପରଦା ଉଠାଇବା ଓ ସତକୁ ସାମ୍ନାକୁ ଆଣିବା ପାଇଁ ଯଥେଷ୍ଟ ପ୍ରମାଣ ଥିଲା। କେବଳ ଏତିକି ନୁହେଁ ଧୀରଜ କହିଥି‌ଲେ, ‘ମୋଦୀ ସରକାର ମାଫିଆ ଭଳି କାମ କରୁଛି। ଯିଏ ସତ କହିବ ତାକୁ ଦଣ୍ଡ ମିଳିବ। କିଛିଦିନ ତଳେ ସିଏଜି ମୋଦୀ ଓ ତାଙ୍କ ସରକାରଙ୍କ ଦୁର୍ନୀତିକୁ ସାମ୍ନାକୁ ଆଣିଥିଲା।’ ଆମ ଦେଶର ଅର୍ଥ ବ୍ୟବସ୍ଥା ଦେଖିଥଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ଦେଶର ଅର୍ଥ ବ୍ୟବସ୍ଥା ଗରିବକୁ ଗରିବ ରଖିବା ସହିତ ଧନୀକୁ ଆହୁରି ଧନୀ କରି ଦେଇଥାଏ।

Breaking News