ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାକିସ୍ତାନୀ ତାଲିବାନ ସହ ଜଡ଼ିତ ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଦାବି କରିଛନ୍ତି। ପାକିସ୍ତାନୀ ଗଣନଧ୍ୟାତ୍ମ ୱେବସାଇଟ ଅନୁସାରେ, ଖୈବର ପଖ୍ତୁନ୍ଖ୍ବାର ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି | ଏଥିରେ ଅନେକ ଲୋକ ପ୍ରାଣ ହରାଇଥିବା ମଙ୍ଗଳବାର ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ସମସ୍ତେ ଶୋଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ଓ ସେମାନେ ସାଧାରଣ ପୋଷାକରେ ଥିଲେ। ତେଣୁ ମୃତକ ସମସ୍ତେ ସୁରକ୍ଷାକର୍ମୀ କି ନୁହେଁ ସେନେଇ ତଦନ୍ତ ଚାଲିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….