ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍-ଇନ୍’ ପାର୍ଟନର୍ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକ | ଏଭଳି ଘଟଣାରେ ଅଭିଯୁକ୍ତ ଯୁବକକୁ ଇନ୍ଦୋର୍ରୁ ପୋଲିସ ଗିରଫ କରିଛି। ‘ଇନ୍ଷ୍ଟାଗ୍ରାମ୍’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ ଅଳ୍ପ କିଛି ଦିନ ହେବ ଦୁହେଁ ସହରରେ ଗୋଟାଏ ଘର ଭଡ଼ା ନେଇ ପୀଡ଼ିତା ଓ ଅଭିଯୁକ୍ତ ଏକତ୍ର ରହୁଥିଲେ। ସାମ୍ବାଦିକମାନଙ୍କୁ ଅତିରିକ୍ତ ଡେପୁଟି ପୋଲିସ କମିସନର୍ ଅଭିନୟ ବିଶ୍ବକର୍ମା କହିଛନ୍ତି ଯେ, ରାଜୋଇ ବଜାର ଅଞ୍ଚଳରେ ଭଡ଼ା ନେଇଥିବା ଉକ୍ତ ଘରେ ରହୁଥିବା ୨୪ ବର୍ଷିୟ ଅଭିଯୁକ୍ତ ପ୍ରବୀଣ ସିଂହ ଧକଡ଼ ଡିସେମ୍ବର ୭ ତାରିଖରେ ସେ ୨୦ ବର୍ଷୀୟ ତରୁଣୀଙ୍କୁ ହତ୍ୟା କରିଥିଲେ। ‘ଲିଭ୍-ଇନ୍’ ପାର୍ଟନର୍ ଯୁବତୀ ଦୈହିକ ସମ୍ପର୍କ ରଖିବାକୁ ମନା କରିଦେବାରୁ ଗୁଣା ଜିଲ୍ଲାର ମୂଳବାସିନ୍ଦା ପ୍ରବୀଣ ଭୀଷଣ ରାଗିଯାଇ ଗୋଟାଏ କଇଁଚିରେ ତାଙ୍କ ତଣ୍ଟିକୁ ଭୁସି ପକାଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛନ୍ତି। ଭୟଭୀତ ହୋଇ ଅଭିଯୁକ୍ତ ପ୍ରବୀଣ ଘର ବାହାରପଟୁ ତାଲା ଦେଇ ଖସି ପଳାଇଥିଲେ। ଗଲାବେଳେ ମୃତ ତରୁଣୀର ଫୋନ୍ଟିକୁ ବି ନେଇ ଯାଇଥିଲେ। ଦୁଇ ଦିନ ପରେ ଅର୍ଥାତ୍ ଡିସେମ୍ବର ୯ ତାରିଖ ଦିନ ଏହି ହତ୍ୟା ଘଟଣା ଜଣାପଡ଼ିବାଲା ଏବଂ ଫୋନ୍ ଟ୍ରାକ୍ କରାଯାଇ ଧକଡ଼ଙ୍କୁ ଗିରଫ କରାଗଲା ବୋଲି ବିଶ୍ବକର୍ମା କହିଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..