Report Card Odisha

| Daily Odia News

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ,ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତ୍ୱର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି | ଗୁରୁତର ସ୍ୱାମୀ ସଞ୍ଜୟ ପେରିୱାଲ, ଓ ମୃତ ପତ୍ନୀ ସଞ୍ଜନା ପେରିୱାଲ।ଏଭଳି ଚାଞ୍ଚଲ୍ୟ କର ଘଟଣା ଘଟିଛି ଲକ୍ଷ୍ମୀସାଗର ଅଂଚଳରେ | ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ । ହେଲେ ଶୁକ୍ରବାର ଦିନ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ନେଇଗଲେ ଚରମ ନିଷ୍ପତ୍ତି । ଆଉ ଘରେ ଲାଗିଥିବା ଫ୍ୟାନ୍‌ରେ ଝୁଲିପଡିଲେ ଉଭୟ । ଏହାଦେଖି ନିକଟରେ ଥିବା ଲୋକେ ତୁରନ୍ତ, ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସଂପର୍କରେ ସୂଚନା ପାଇ ଲକ୍ଷ୍ନୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି କାହିଁକି ନେଲେ , ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ତେବେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଲାଗି ସ୍ୱାମୀ-ସ୍ତ୍ରୀ ଏପରି କରିଥିବା ସନ୍ଦେହ କରାଯାଉଛି । ସେମାନେ ମାରୁଆଡ଼ି ବୋଲି ଜଣା ପଡିଛି |

Breaking News