ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ଗାଁର ଡାଲଖାଇପଡ଼ାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ଭୋରରେ ଘଟିଛି ଏହି ଘଟଣା। ଦନ୍ତା ହାତୀଟି ଧାନ-ଚାଉଳ ଖାଇବା ଉଦ୍ଦେଶ୍ୟରେ ଗାଁକୁ ପଶିଥିବା ବେଳେ ଜଣଙ୍କର ଘର ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ହାତୀଟିର ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦନ୍ତା ହାତୀଟି କିଛି ବର୍ଷ ହେଲା ଗୋଠଛଡ଼ା ହୋଇ ଏକୁଟିଆ ରହୁଥିଲା। ଦିନ ବେଳେ ଦନ୍ତା ହାତୀଟି ଜଙ୍ଗଲରେ ରହୁଥିଲା ଓ ରାତି ହେଲେ ଜନବସତି ଅଞ୍ଚଳକୁ ପ୍ରବେଶ କରୁଥିଲା। ଆଖପାଖ ଜନବସତି ଅଞ୍ଚଳରେ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଉଥିଲା। କିଛି ମାସ ତଳେ ଗୋଟିଏ ଗାଁରେ ପଶି ଜଣେ ବୃଦ୍ଧଙ୍କୁ ଗୋଡ଼ରେ ଦଳି ମାରି ଦେଇଥିଲା।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..