ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀ ଭଲ ପଦର୍ଶନ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିବାକୁ ଐତିହାସିକ କହିଛନ୍ତି | ଏହି ସଫଳତାରେ ପୂରା ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତର ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । କବାଡିରେ ସ୍ୱର୍ଣ୍ଣ ସହ ଭାରତ ଏସିଆନ୍ ଗେମ୍ସ ଯାତ୍ରାରେ ଇତିହାସ ସୃଷ୍ଟି କରିଛି। ଆସନ୍ତାକାଲି ଉଦଯାପନୀ ଦିବସ ରହିଛି। ଏହାପରେ ୧୦ରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଭେଟି ସମ୍ବୋଧିତ କରିବେ। ଏନେଇ ଏକ୍ସ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..