ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଇକ୍ ଉପରେ ଏକ ପ୍ରେମୀ ଯୁଗଳ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଭିଡିଓ ଭାଇରାଲ୍ ହେବା ପରେ ସେ ଦୁହିଁଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଉଭୟ ଯୁବକ ଓ ଯୁବତୀଙ୍କୁ ଗିରଫ କରିବା ସହ ସେମାନେ ଯାତ୍ରା କରୁଥିବା ବାଇକ୍ଟିକୁ ବି ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ ଏବେ କୋର୍ଟ ଫରୱାର୍ଡ କରାଯିବ। ଘଟଣାଟି ହେଉଛି, ସୋସିଆଲ୍ ମିଡିଆରେ ୧ ମିନିଟ୍ ୧୪ ସେକେଣ୍ଡ୍ର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ଯୁବକ ଜଣକ ସଡ଼କ ଉପରେ ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି। ସେହି ବାଇକ୍ର ପେଟ୍ରୋଲ୍ ଟାଙ୍କି ଉପରେ ବସି ଯୁବତୀ ଜଣକ ଅଶ୍ଳୀଳ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ବାଇକ୍ ପଛରେ ଯାଉଥିବା ଅନ୍ୟ ଏକ ବାହନର ଜଣେ ଚାଳକ ତାଙ୍କ ମୋବାଇଲ୍ରେ ସୁଟ୍ କରିଛନ୍ତି। ଅନ୍ୟ ଚାଳକ ଜଣକ ନିଜ ମୋବାଇଲ୍ କ୍ୟାମେରାରେ ଯୁବକ ଓ ଯୁବତୀଙ୍କ ରୋମାନ୍ସକୁ ରେକର୍ଡ କରି ତାହାକୁ ସୋସିଆଲ୍ ମିଡିଆରେ ଛାଡ଼ିଦେଲେ। ଯାହାକି ତୁରନ୍ତ ଭାଇରାଲ୍ ହୋଇଗଲା। ପୋଲିସ ଅଧିକ୍ଷକଙ୍କ କହିବାନୁଯାୟୀ ବାଇକ୍ ନମ୍ବର ଆଧାରରେ ଦୁଇ ଜଣଙ୍କୁ ଖୋଜି ବାହାର କରାଯାଇଛି। ଯୁବକ ଜଣକ ନଗର ପାଳିକା କୈଥୁନ ନିବାସୀ ମହମ୍ମଦ ୱାସିମଙ୍କ ପୁଅ କରିମ ମହମ୍ମଦ (୨୫) ହୋଇଥିବା ବେଳେ ଯୁବତୀ ଜଣକ ହେଉଛନ୍ତି ରିଜବାନାଙ୍କ ଝିଅ। ଜାଣିବାକୁ ମିଳିଛି କି ଦୁହେଁ ‘ଲିଭ୍-ଇନ୍-ରିଲେସନସିପ୍’ରେ ରୁହନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……