ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ ସ୍ଥିତ ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡି ରଖି ଜଣେ ଯୁବକ ମହାନଦୀକୁ ଡେଇଁ ପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସଂପୃକ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ସୂଚନାଯୋଗ୍ୟ ଯେ, ଆଜି ସକାଳେ କଟକ ସ୍ଥିତ ବ୍ରିଜ୍ ଉପରେ ସ୍କୁଟି ରଖି ଜଣେ ଯୁବକ ମହାନଦୀକୁ ଡେଇଁପଡିଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଯୁବକ ଜଣଙ୍କ ନଦୀକୁ ଡେଇଁବା ବେଳେ ନିଶାସକ୍ତ ଥିବା ମଧ୍ୟ କୁହାଯାଉଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..