Report Card Odisha

| Daily Odia News

ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ। ଏନେଇ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍‌.। ଆଧାର ଥାଉ ବା ନଥାଉ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇ ପାରିବେ। ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ନାମଲେଖା ସମୟରେ କିଛି ସ୍କୁଲରେ ପ୍ରଧାନଶିକ୍ଷକ ଆଧାର ପରିଚୟପତ୍ର ଦାବି କରିବା ଦୃଷ୍ଟିକୁ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ପ୍ରଧାନଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Breaking News