ରିପୋର୍ଟ କାର୍ଡ / ଭୁବନେଶ୍ବର
ଜଣେ ଦୁର୍ବୃତ୍ତ ଦମ୍ପତିକୁ ଆକ୍ରମଣ କରିଛି। ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଥିବା ଜଣାପଡିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରେମରେ ବିଫଳ ହେବାରୁ ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ମଞ୍ଚେଶ୍ବର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି |






More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..