ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି ।
ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ, ଆଦଭିକ୍ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ପୋଲିସ କୋର୍ଟରେ ଆବେଦନ କରିଛି । ମୃତ ଛାତ୍ରୀଙ୍କ ନିକଟରୁ ଜବତ ମୋବାଇଲ ଓ ଲ୍ୟାପ୍ଟପ୍କୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପୋଲିସ ପଠାଇଛି । ତେବେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ, ହଷ୍ଟେଲ ୱାର୍ଡେନଙ୍କୁ ଜେରା ପାଇଁ ନୋଟିସ କରାଯାଇଛି । ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍ କବାଟ ଭାଙ୍ଗିବା ବେଳର ଭିଡିଓ । ଯାହା ଏବେ ବେଶୀ ଭାଇରାଲ ହେବାରେ ଲାଗିଛ। ପୋଲିସ ଆସିବା ଆଗରୁ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଜୋରଜବରଦସ୍ତ କବାଟ ଭାଙ୍ଗି କଲେଜ ଛାତ୍ରୀ ଏବଂ କର୍ତ୍ତୃପକ୍ଷ ଭିତରକୁ ପଶିଥିଲେ। ରୁମ୍ ଭିତରେ ନେପାଳୀ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର
ଭିଡିଓରେ ଦେଖାଯାଇଛି।






More Stories
କାଳବୈଶାଖୀ ସମ୍ଭାବନା…..
ଇସ୍ତଫା ଦେଲେ ସସ୍ମିତ ପାତ୍ର…..
ଓଏଏସ୍ ସ୍ତରରେ ଅଦଳବଦଳ…..