ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଆଶ୍ୱସ୍ତି ମିଳିଛି | କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜେଲ ଯିବା ପରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଆବେଦନକୁ ଶୁଣିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆମେ ଏହା କରିପାରିବୁ ନାହିଁ। ଆମ ପାଖରେ ଏଭଳି କୌଣସି ଆଇନଗତ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗିରଫ ହୋଇ ଜେଲ୍ ଯିବା ପରେ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁ ସିଏମ କେଜ୍ରିୱାଲ ଏହି ପଦ ଛାଡୁ ନାହାନ୍ତି। କେଜ୍ରିୱାଲଙ୍କ ଜେଲରେ ରହିବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି ଆବେଦନକାରୀ କହିଥିଲେ। ତେବେ ଏହି କାମକୁ ଦେଖିବା ଏଲଜିଙ୍କ ଅଧୀନରେ ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପଦବୀରୁ କାହାକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି କୋର୍ଟରେ ଆବେଦନ କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୮ ତାରିଖରେ ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ରାଷ୍ଟ୍ରପତିଙ୍କ କାମ ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ।






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..