ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କ ନାମରେ ଆପ୍ ସାଂସଦ ସ୍ବାତୀ ମାଲିୱାଲ୍ ଆକ୍ରମଣର ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ। ଆକ୍ରମଣ ମାମଲାରେ ଏକ ପ୍ରତିବାଦ କରି ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସାଂସଦ ତାଙ୍କ ଉପରେ “ଅଯଥା ଚାପ” ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ସେ ଦାବି କରିଛନ୍ତି ଯେ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ “ବଳପୂର୍ବକ” ପ୍ରବେଶ କରିବା ସମୟରେ ଏପରି ଘଟିଥିଲା। ଶୁକ୍ରବାର ଦିନ ଦାଖଲ ହୋଇଥିବା ଅଭିଯୋଗରେ ବିଭବ କୁମାର ଅଭିଯୋଗ କରିଛନ୍ତି ଯେ ମାଲିୱାଲ “ବଳପୂର୍ବକ ତଥା ଆଇନ ଉଲଂଘନ କରି” କେଜ୍ରିୱାଲଙ୍କ ବାସଭବନରେ ଅନଧିକୃତ ପ୍ରବେଶ କରିବା ସହ ସେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି କହିଥିଲେ। ଜଣେ ସାଂସଦକୁ ଅଟକାଇବାକୁ ତୁମର ସାହସ କିପରି ହେଲା ବୋଲି ସେ ମୋତେ ପ୍ରଶ୍ନ କରି ଉତ୍ୟକ୍ତ ହୋଇ ଉଠିଥିଲେ ବୋଲି ବିଭବ କହିଛନ୍ତି। ବିଭବଙ୍କ ଅନୁସାରେ ସେ ଆହୁରି ବି କହିଥିଲେ କି, “ମୁଁ ତୋତେ ଦେଖିନେବି। ମୁଁ ତୋତେ ଏପରି ମିଛ ମାମଲାରେ ଫଶାଇବି ଯେ ତୁ ଜୀବନ ଯାକ ଜେଲ୍ରେ ବସିଥିବୁ।’’ କୁମାର ତାଙ୍କ ଅଭିଯୋଗର ଏକ କପି ଡେପୁଟି କମିସନର (ଉତ୍ତର) କୁ ପଠାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଘଟଣାକୁ ୨ ଦିନ ବିତିବା ପରେ ଆପ୍ ୟୁଟର୍ଣ୍ଣ ନେଇଛି।
More Stories
ସାଧାରଣତନ୍ତ୍ର ଦିବସରେ ଭାଗ ନେବେ ୧୫ ପ୍ରଜ୍ଞାପନ ମେଢ଼,ବାଦ୍ ପଡିଲା ଓଡ଼ିଶା….
୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ…..
ଚର୍ଚ୍ଚରେ ଦଳାଚକଟା,୩୨ ଜଣଙ୍କ ମୃତ୍ୟୁ…..