Report Card Odisha

| Daily Odia News

ବିଜେପିରେ ଯୋଗ ଦିଅ ନହେଲେ ଗିରଫ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମ ଦଳରେ ଯୋଗ ଦିଅ। ନହେଲେ ଗିରଫ ହେବ। ବିଜେପି ଏଭଳି ଧମକ ଦେଇଥିବା ଦାବି କଲେ ଆପ୍ ନେତ୍ରୀ ଅତିଶି ମାର୍ଲେନା। ଆପର ବଡ଼ ବଡ଼ ନେତା ଗିରଫ ହୋଇ ଜେଲ ଯିବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ହେପାଜତରେ ରହିଛନ୍ତି। ଏମଧ୍ୟରେ ଅତିଶି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିବା ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଥିବା କହିଛନ୍ତି ଅତିଶି। ‌ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।” ସେ ଆହୁରି କହିଛନ୍ତି ଯେ, କେଜ୍ରିୱାଲ ଗିରଫ ହେବା ପରେ ଆପର ବଳ ଭାଙ୍ଗିଯିବ ବୋଲି ବିଜେପି ଭାବିଥିଲା। ହେଲେ ବିରୋଧୀ ଦଳ ଏକାଠି ହେବା‌ ଦେଖି ବିଜେପି ଏବେ ଆମକୁ ଟାର୍ଗେଟ କରିବାକୁ ଯୋଜନା କରୁଛି।

 

Breaking News