ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ |ଲୋକସଭା ନିର୍ବାଚନ ପାଇଁ ସେ କରିବେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର। ଆମ ଆଦମୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ସୁନୀତା। ପ୍ରଥମ ଥର ପାଇଁ ଷ୍ଟାର୍ ପ୍ରଚାରକ ଭାବେ ଗୁଜରାଟରେ ସେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ଗୁଜରାଟ ଷ୍ଟାର୍ ପ୍ରଚାର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ ଜଣ ଷ୍ଟାର୍ ପ୍ରଚାରକଙ୍କ ନାଁ ରହିଛି। ସୁନୀତା କେଜ୍ରିଓ୍ୱାଲଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସିଂହ ନାଁ ମଧ୍ୟ ଏଥିରେ ରହିଛି। ଏହି ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନାଁ ଅଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….