ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଲନ୍ଧର ଲୋକସଭାରେ ବାଜିମାତ କରିଛି ଆମ ଆଦମୀ ପାର୍ଟି । ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ଆପ୍ ପ୍ରାର୍ଥୀ ୫୮ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଆପ୍ ଉପ ନିର୍ବାଚନରେ ଜିତି ରେକର୍ଡ କରିଛି। କାରଣ ଆପ୍ର ଲୋକସଭାରେ କୌଣସି ସଦସ୍ୟ ନଥିଲେ। ଏବେ ଦଳର ଏକମାତ୍ର ସାଂସଦ ଭାବେ ସୁଶୀଲ କୁମାର ରିଙ୍କୁ ଲୋକସଭାକୁ ଯାଇଛନ୍ତି। ରିଙ୍କୁ ହେଉଛନ୍ତି ଜଣେ ପୂର୍ବତନ କଂଗ୍ରେସ ନେତା। ସେ ଜଲନ୍ଧର ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାକୁ ମଧ୍ୟ କଂଗ୍ରେସ ପକ୍ଷରୁ ଯାଇଥିଲେ। ତେବେ ସେ କିଛି ଦିନ ତଳେ ଆପ୍କୁ ଆସିଥିଲେ। ଏବେ ସେ ଆପ୍ ଟିକେଟରେ କଂଗ୍ରେସ ପ୍ରାର୍ଥୀ କରମଜିତ କୌରଙ୍କୁ ପରାସ୍ତ କରିଛନ୍ତି।





More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..