ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶଙ୍କ ଅଡୁଆ ବଢ଼ିଲା । ‘ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ପଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପିର ଅଭିଯୋଗ ପରେ ଏହି ନୋଟିସ ଜାରି କରାଯାଇଛି। ନିର୍ବାଚନ ଆୟୋଗଙ୍କ ମୁତାବକ, ଏପ୍ରିଲ ୪ ତାରିଖରେ ଆତୀଶଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ସେ ବିଜେପି ବିରୋଧରେ ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆତୀଶିଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ରୂପେ ଏହାର ଜବାବ ଦେବାକୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ଆତୀଶିଙ୍କୁ ନୋଟିସ ଜାରି କରାଯାଇଥିଲା। କିଏ ତାଙ୍କୁ ବିଜେପିରେ ମିଶିବାକୁ ଅଫର ଦେଇଛି, ତା’ର ଖୁଲାସା ହେବା ଉଚିତ। ଏହାର ପ୍ରମାଣ ଦିଅନ୍ତି ବୋଲି ଏଥିରେ କୁହାଯାଇଥିଲା।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..