Report Card Odisha

| Daily Odia News

ପଞ୍ଜାବ ପରେ ଆପ୍‌ର ପରବର୍ତ୍ତୀ ଟାର୍ଗେଟ୍‌ ଗୁଜରାଟ, ହିମାଚଳପ୍ରଦେଶ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବରେ ସଫା କରିଦେଲା ଆପ୍‌ | ବହୁମତ ସହିତ ଆପ୍‌ ବିଜୟ ହୋଇଛି। କଂଗ୍ରେସ ଗଡକୁ କବଜା କରିଛି ଆପ | ୨୦୧୨ ନଭେମ୍ବର ୨୬ରେ ସମ୍ବିଧାନ ଦିବସ ଅବସରରେ ଅରବିନ୍ଦ କେଜ୍ରିୱାଲ୍‌ ଆପ୍‌ ଦଳ ଆରମ୍ଭ କରିଥିଲେ। ଆପ୍‌ ପ୍ରଥମେ ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ତେବେ ପ୍ରଥମ ଥର ପାଇଁ ଆପ୍‌ ଦୀର୍ଘ ୯ ବର୍ଷ ପରେ ଦିଲ୍ଲୀ ବାଦ୍‌ ପଂଜାବରେ କ୍ଷମତାକୁ ଆସିଛି। ଆପ୍‌ର ଏହି ବିଜୟ ପରେ ଆପ୍‌ର ବରିଷ୍ଠ ନେତାମାନେ କହିଛନ୍ତି, ଆପ୍‌ର ପରବର୍ତ୍ତୀ ଟାର୍ଗେଟ୍‌ ଗୁଜରାଟ ଏବଂ ହିମାଚଳପ୍ରଦେଶ। ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବା‌ଚନ ଅଛି। ଆପ୍‌ର ଗୁଜରାଟ ପ୍ରଭାରୀ ଗୁଲାବ୍‌ ସିଂହ କହିଛନ୍ତି, ଆଜିର ଫଳ ଗୁଜରାଟରେ ଆମ କର୍ମୀଙ୍କୁ ଉତ୍ସାହିତ କରିଛି। ଗୁଜରାଟରେ ଆମେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେବୁ। ଗତ ୨୭ ବର୍ଷ ଧରି କଂଗ୍ରେସକୁ ଏଠାରେ ଲୋକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଆସନ୍ତା ସପ୍ତାହରେ କେଜ୍ରିୱାଲ ଏବଂ ଭଗୱନ୍ତ ମାନ ଗୁଜରାଟ ଯିବେ ବୋଲି ସେ କହିଛନ୍ତି। ଗୁଜରାଟ ପରେ ହିମାଚଳପ୍ରଦେଶ ମଧ୍ୟ ଆପ୍‌ ରାଡାର୍‌ରେ ରହିଛି ବୋଲି ଆପ୍‌ର ବରିଷ୍ଠ ନେତାମାନେ କହିଛନ୍ତି।

 

Breaking News