Report Card Odisha

| Daily Odia News

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ ଜୀବନରେ ଖୁସିରେ ରହିବ। ସେଥିରୁ ଗୋଟିଏ ହେଉଛି ଭୁଲ। ସେ କୁହନ୍ତି ଏଭଳି କିଛି ଭୁଲ ରହିଛି ଯାହା ମଣିଷ ଜୀବନକୁ ପୁରା ବରବାଦ କରିଦିଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କୁକର୍ମ କରି ରୋଜଗାର କରାଯାଇଥିବା ଧନ: ଚାଣକ୍ୟ କୁହନ୍ତି ଯେଉଁମାନେ ଖରାପ କର୍ମ କରି ଅଥବା ଛନ୍ଦକପଟ କରି ରୋଜଗାର କରିଥାନ୍ତି, ସେମାନଙ୍କ ପାଖରେ ବେଶି ଦିନ ଧନ ରହି ନ ଥାଏ। ସେମାନେ ସର୍ବଦା ବିପଦରେ ଫସିଥାନ୍ତି। କୁକର୍ମ କରି ରୋଜଗାର କରାଯାଇଥିବା ଧନ ଶୀଘ୍ର ନଷ୍ଟ ହୋଇଯାଏ।

ଦିନରେ ଶୋଉଥିବା ବ୍ୟକ୍ତି: ଚାଣକ୍ୟ କୁହନ୍ତି ଯେଉଁ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇଥାନ୍ତି, ସେମାନଙ୍କ ଘରେ କେବେ ବି ମା’ ଲକ୍ଷ୍ମୀ ବାସ କରି ନଥାନ୍ତି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କ ଘରେ ସର୍ବଦା ଦରିଦ୍ରତା ଏବଂ ସଙ୍କଟ ଦେଖାଦେଇଥାଏ।

ଅଧିକ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି: ଯେଉଁ ଲୋକ ଆବଶ୍ୟକତାଠାରୁ ଅଧିକ ଭୋଜନ କରିଥାନ୍ତି ସେମାନେ ସର୍ବଦା ଦରିଦ୍ର ରହିଥାନ୍ତି। ଏହାଛଡ଼ା ସେମାନେ ସର୍ବଦା ଅସୁସ୍ଥ ରହିଥାନ୍ତି।

କଠୋର ବାଣୀ: ଯେଉଁ ଲୋକଙ୍କ ବାଣୀ କଠୋର, ତାଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଭଳି ବ୍ୟକ୍ତି ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଅପରିଷ୍କାର ଦାନ୍ତ: ଚାଣକ୍ୟ କୁହନ୍ତି ଦାନ୍ତ ସଫା ରହିବା ବହୁତ ଆବଶ୍ୟକ। ଯେଉଁଲୋକଙ୍କ ଦାନ୍ତ ଅପରିଷ୍କାର ଥାଏ, ସେମାନଙ୍କ ପାଖରେ ମା’ ଲକ୍ଷ୍ମୀ ରହି ନ ଥାନ୍ତି। ଏହି କାରଣରୁ ବ୍ୟକ୍ତି ସର୍ବଦା ଦରିଦ୍ର ହୋଇ ରହିଯାଏ।

ନିଜର ଆଖପାଖ ପରିଷ୍କାର ରଖନ୍ତୁ: ଚାଣକ୍ୟଙ୍କ ଅନୁଯାୟୀ ଘରକୁ ସଫା ରଖିବା ଆବଶ୍ୟକ। ଯେଉଁ ଲୋକ ଏପରି କରେ ତାଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି। ସମାଜରେ ଏପରି ଲୋକଙ୍କୁ ମାନସମ୍ମାନ ମିଳି ନ ଥାଏ।

 

Breaking News