ରିପୋର୍ଟ କାର୍ଡ / ଭୁବନେଶ୍ଵର
ନିମ୍ବର ସ୍ବାଦ ପିତା। ହେଲେ ସ୍ୱାସ୍ଥ୍ୟ ପାଇଁ ହିତକାରକ | ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ। ନିମ୍ବପତ୍ର କିମ୍ବା ତା’ର ବଳ୍କଳକୁ ଜୁସ୍ କରି ପିଆଯାଏ। ନିମ୍ବ ଜୁସ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। ଏପରି ଜୁସ୍ ପିଇବା ଦ୍ୱାରା ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ରହିଥାଏ।କେବଳ ସେତିକି ନୁହେଁ, ଗ୍ୟାଷ୍ଟ୍ରିକ୍, କୋଷ୍ଠକାଠିନ୍ୟ ଏବଂ ବଦହଜମି, ଏପରି କି ଆଜ୍ମା ସମସ୍ୟାରୁ ଏହା କେତେକାଂଶରେ ଉପଶମ ଦେଇଥାଏ। ପ୍ରତିଦିନ ସକାଳୁ ଖାଲିପେଟରେ ନିମ୍ବ ଜୁସ୍ ପିଇପାରନ୍ତି। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ନିମ୍ବ ଜୁସ୍ ପିଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଆପଣ କୋଲେଷ୍ଟରଲଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ଏହି ଜୁସ୍ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିଥାଏ। ଠିକ୍ ଭାବରେ ଭୋକ ହେଉ ନ ଥିଲେ, ତାହାକୁ ନିମ୍ବ ଜୁସ୍ ଦୂର କରିଥାଏ। ଏହି ଜୁସ୍ ଚର୍ମ ପାଇଁ ବେଶ୍ ଉପକାରୀ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….