Report Card Odisha

| Daily Odia News

ଅଭୁଲା ପ୍ରେମର କମାଲ:ସ୍ୱାମୀ-ପ୍ରେମିକ-ପୁଣି ସ୍ୱାମୀ….

Love Partner Jealousy Lovers Sea Love Triangle

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରେମ ଏକ ଅଜବ ଜିନିଷ | ନା ଛାଡ଼ିହୁଏ ନା ଭୁଲିହୁଏ | ପ୍ରେମ ପ୍ରେମିକର ହେବାକୁ ଦିଏ ନା ସ୍ୱାମୀର | ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ | ଜଣେ ସ୍ତ୍ରୀ ପ୍ରଥମେ ସ୍ୱାମୀ, ତାପରେ ପ୍ରେମିକ । ପୁଣି ଏବେ ସ୍ୱାମୀ ପାଖେ ରହିବାକୁ ଜିଦ୍‌ ଧରିବସିଛନ୍ତି ମହିଳା ଜଣକ । ମିଳିଥିବା ସୂଚନା ଅନୁସାରେ- ଭୁବନେଶ୍ୱର ବାଲିଅନ୍ତା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଭୁବନେଶ୍ବରର ପୁରୁଣା ଟାଉନ୍‌ ଅଞ୍ଚଳର ଜଣେ ଯୁବତୀ ଜୁନ ୧୬ ତାରିଖରେ ବିବାହ କରିଥିଲେ । ବାହାଘର ପରେ ସ୍ବାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ । ପୂର୍ବରୁ ସ୍ତ୍ରୀ ଫେରାର ହେବା ପରେ ବାଲିଅନ୍ତା ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଏବେ ପ୍ରେମିକ ସହ ୩ ଦିନ ରହିବା ପରେ ପୁଣି ଥରେ ସ୍ୱାମୀ ସହ ରହିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ । ପ୍ରେମିକ ଧୋକା ଦେବା ପରେ ସ୍ବାମୀ ସହ ପୁଣି ଥରେ ରହିବା ପାଇଁ ସ୍ତ୍ରୀ ଲିଙ୍ଗରାଜ ଥାନାରେ ହଜାର ହୋଇଛନ୍ତି ।

Breaking News