ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ପାରାଦୀପରୁ ବାଲିଯାତ୍ରା ଦେଖି ଫେରିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ଦୁଇଜଣ ଚତୁର୍ଭୁଜ ଦାସ ଏବଂ ମହେନ୍ଦ୍ର ଶତପଥୀ ଦୁଇ ସାଙ୍ଗ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପରେ ଅନୁଷ୍ଠିତ ହୋଇଥିବା ବାଲିଯାତ୍ରା ଦେଖି ଏହି ଦୁଇ ଜଣ ଯୁବକ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାଟି ଚଣ୍ଡିଖୋଲ- ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଘଟିଛି । ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ମୃତ ଉଦ୍ଧାର କରିଛି । ତେବେ ମୃତ୍ୟୁବରଣ କରିଥିବା ଏହି ୨ ଜଣ ଯୁବକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କରଞ୍ଜ ଗ୍ରାମର ବୋଲି ସୂଚନା ମିଳିଛି ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..