ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ବିର୍ସା ମୁଣ୍ଡା ଛକ ନିକଟରେ ମା’ ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ରାସ୍ତା ତଳକୁ ବସଟି ଖସିପଡିଥିବାରୁ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାସ୍ତାର ଗୋଟିଏ ପାର୍ଶ୍ବ ରାସ୍ତା କାମ ପାଇଁ ବନ୍ଦ ରହିଥିବା ବେଳେ କେବଳ ଗୋଟିଏ ପାର୍ଶ୍ୱରେ ଗାଡି ଚଳାଚଳ କରୁଥିଲା। ଯାତ୍ରୀବାହୀ ବସଟି ଆନନ୍ଦପୁରରୁ ଘଟଗାଁ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଘଟଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ସାମାନ୍ୟ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..