Report Card Odisha

| Daily Odia News

ଭ୍ୟାନ୍‌ ଓଲଟି ୩୦ ଯାତ୍ରୀ ଆହତ…..

ରିପୋର୍ଟ କାର୍ଡ / ରାୟଗଡା

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭେଜା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ରାମଚନ୍ଦ୍ରପୁର ବିବାହ ଭୋଜି ଥିଲା। ଆଜି ମଧ୍ୟାହ୍ଣ ସମୟରେ ଭେଜା ଗାଁର ଲୋକେ ପିକ୍‌ଅପ୍‌ ଭ୍ୟାନରେ ରାମଚନ୍ଦ୍ରପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଭେଜାଗାଁ ନିକଟରେ ବରଯାତ୍ରୀ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପିକ୍‌ଅପ୍‌ ଭ୍ୟାନରେ ୧୦୦ରୁ ଅଧିକ ଯାତ୍ରୀ ଥିବା ଜଣାଯାଇଛି। କଲ୍ୟାଣସିଂହପୁର ଓ ଚାନ୍ଦିଲି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News