ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଜମ୍ମୁ-କଶ୍ମୀରର ଉଧମପୁରରେ ଥିବା ସ୍ଲା୍ଥିଆ ଚୌକରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଏବେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯାଇଥିବା ବେଳେ ବିସ୍ଫୋରଣ ପଛର କାରଣ ଏବଂ କେନ୍ଦ୍ରସ୍ଥଳ ଖୋଜିବା ଆରମ୍ଭ କରିଛି ପୋଲିସ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଉଧମପୁରର ତହସିଲଦାର କାର୍ଯ୍ୟାଳୟ ନିକଟରେ ଥିବା ରେହରୀରେ ବିସ୍ଫୋରଣ ଘଟିଛି। ଜଣକର ମୃତ୍ୟୁ ହୋଇଥିବା ସହ ୧୩ଜଣ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପଛର କାରଣ ଏବଂ କେନ୍ଦ୍ରସ୍ଥଳ ଖୋଜିବା ପାଇଁ ତଦନ୍ତ ଚାଲିଛି। ଏବେ କିଛି କହିବା ସମ୍ଭବ ହେବ ନାହିଁ। ମାର୍ଚ୍ଚ ୭ରେ ଜମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ମୁଖ୍ୟ ବାଣିଜ୍ୟିକ ମାର୍କେଟ୍ ଅମିରା କାଦଲରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଏବଂ ୧୨ ଜଣ ମହିଳା ଥିବା ଜଣାପଡ଼ିଥିଲା। ଆତଙ୍କବାଦୀମାନେ ହରି ସିଂ ହାଇ ଷ୍ଟ୍ରୀଟ୍ରେ ନିୟୋଜିତ ପୁଲିସ ଓ ସୁରକ୍ଷା ବାହିନୀ ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ହେଲେ ସାଧାରଣ ନାଗରିକମାନେ ମଧ୍ୟ ଏହାର ଶିକାର ହୋଇଥିଲେ।
More Stories
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….
ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍…..
ବନ୍ଦହେବ ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟ…..