ରିପୋର୍ଟ କାର୍ଡ / ଅମରାବତୀ
ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଓଲଟି ପଡିଛି | ଫଳରେ ଏଥିରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମିନିଟ୍ରକରେ ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିଲେ ବୋଲି ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ଏହି ଯାତ୍ରୀମାନେ କେରଳରେ ସାବରୀମାଲା ଦର୍ଶନ କରି ଘରକୁ ଫେରୁଥିଲେ। ସକାଳେ ତେନାଲୀ ରେଳ ଷ୍ଟେସନ ପହଞ୍ଚିବା ପରେ ସେମାନେ ମିନିଟ୍ରକରେ ଘରକୁ ଫେରୁଥିଲେ | ପୋଲିସ ସୂଚନା ଅନୁସାରେ- ଦ୍ରୁତ ଗତି ଓ ଘନ କୁହୁଡି କାରଣରୁ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି । ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଛି। ଏହାସହ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..