ରିପୋର୍ଟ କାର୍ଡ / ଯାଜପୁର
ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ବଡ଼ଚଣା ନିକଟସ୍ଥ ଗଣ୍ଠି ଛକରେ | ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଏହି ଦୁର୍ଘଟଣାରେ ୮ଜଣ ଯାତ୍ରୀ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରୁ ଯାମୁଡ଼ା ଆସୁଥିଲା । ଆସିବା ସମୟରେ ଯାଜପୁରର ବଡ଼ଚଣା ନିକଟସ୍ଥ ଗଣ୍ଠି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଓଲଟିପଡ଼ିବା ଫଳରେ ବସରେ ଥିବା ଯାତ୍ରୀ ମାନେ ଆହତ ଓ ଗୁରୁତର ହୋଇଛନ୍ତି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଚଳାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..