ରିପୋର୍ଟ କାର୍ଡ / ଝାରସୁଗୁଡା
ବେଲପାହାଡ ରାସ୍ତାର ତାରିଣୀ ମନ୍ଦିର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଶିକ୍ଷକଶିକ୍ଷୟିତ୍ରୀ ଥିବା ଜଣାଯାଇଛି। ଆଜି ସକାଳେ ସ୍କୁଲ ବସଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଝାରସୁଗୁଡାରୁ ବନ୍ଧବାହାଲ ଅଭିମୁଖେ ଯାଉଥିଲା। ଜାତୀୟ ରାଜପଥ ୪୯ ତାରିଣୀ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ବସରେ ଡ୍ରାଇଭରଙ୍କୁ ମିଶାଇ ୨୫ ଜଣ ଥିଲେ। ପୋଲିସ ବସ୍ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..