ରିପୋର୍ଟ କାର୍ଡ / ପ୍ରୟାଗରାଜ
ଉତ୍ତରପ୍ରଦେଶର ସୌରାଓବ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସକାଳେ ଶିବଗଡରୁ କିଛି ଶ୍ରଦ୍ଧାଳୁ ଏକ ଟବେରା କାରରେ ଆସୁଥିବା ବେଳେ ବିଜୁଳି ଖୁଣ୍ଟ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଟବେରା କାର୍ରେ ଥିବା ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ତଦନ୍ତ ଆରମ୍ଭ ହୋଇଛି। ତୁରନ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇଣ୍ଡିଆ ଟୋଲ୍ ପ୍ଲାଜା ନିକଟରେ ସକାଳେ ୬ଟା୪୦ରେ ଏହି ଦୁର୍ଘଟଣା ଘଟିଛି। କାରରେ ଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ଇଣ୍ଡିଆ ଟୋଲ୍ ପ୍ଲାଜା ନିକଟରେ କାରଟି ଅନିୟନ୍ତ୍ରିତ ହୋଇ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚିବା ପରେ କାରଟିକୁ କ୍ରେନ ଦ୍ୱାରା ହଟାଇଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..