Report Card Odisha

| Daily Odia News

ଅଟୋ-ଟ୍ରକ ଧକ୍କା ,୯ ମୃତ,୧୭ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ନିଜାମସାଗରର ହସନପଲ୍ଲୀ ଗେଟ୍‍ ନିକଟରେ ଏକ ମର୍ମନ୍ତୁଦ ସଡକ ଘଟଣା ଘଟିଛି | ଆଜି ସକାଳେ ଏକ ଟ୍ରକ ଓ ଡାଲା ଅଟୋ ମଧ୍ୟରେ ଧକ୍କା ହୋଇଛି | ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ, ଡାଲା ଅଟୋରେ ଥିବା ସମସ୍ତ ଯାତ୍ରୀ ଏକ ସମାରୋହରେ ଯୋଗ ଦେଇ ଫେରୁଥିଲେ। କାମାରେଡ୍ଡୀ ପୁଲିସଙ୍କ କହିବାନୁଯାୟୀ, ଟ୍ରକ ଚାଳକ ନାମରେ ମାମଲା ରୁଜୁ କରାଯାଇଛି।

 

Breaking News