ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାର୍ମିକ ସ୍ଥଳଗୁଡ଼ିକରେ ଲାଉଡ୍ ସ୍ପିକର ହଟାଇବା ଦିଗରେ କଠୋର ଘୋଷଣା କରିଛନ୍ତି। ରାଜ୍ୟରେ ସବିବର ସୁଦ୍ଧା ୧ ଲକ୍ଷରୁ ଅଧିକ ଲାଉଡ୍ ସ୍ପିକର ହଟାଯାଇଥିବା ବେଳେ ଏଗୁଡ଼ିକ ଯେଭଳି ପୁନଃ ନ ଲାଗିବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅବମାନନା କଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀ ଘୋଷଣା କରିଛନ୍ତି। ଏହା ସହିତ ରାସ୍ତା ଉପରେ ମଧ୍ୟ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକ ଧାର୍ମିକ ସ୍ଥଳ ପରିସରରେ ହିଁ ହେବା ଉଚିତ, କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତାରେ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସାଧାରଣ ନାଗରିକଙ୍କ ଯାତାୟତରେ ବାଧା ସୃଷ୍ଟି କଲା ଭଳି କୌଣସି ପଦକ୍ଷେପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..