ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାମ ନବମୀ ଦର୍ଶନ ବେଳେ କୂଅରେ ଗଳିପଡ଼ିିଲେ ୨୫ରୁ ଅଧିକ ଶ୍ରଦ୍ଧାଳୁ | ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶ ଇନ୍ଦୋର ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ | ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ ଛାତ ଭୁଶୁଡିବା ଯୋଗୁ ୨୫ରୁ ଅଧିକ ଲୋକ କୂଅ ଭିତରକୁ ଗଳି ପଡିଛନ୍ତି। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ଏଯାଏଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହରୁ ଅନେକ ଲୋକ ଫଶି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..