ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶସ୍ଥିତ ମଥୁରା ଜନପଦରେ ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଶୁକ୍ରବାର ଜଣାପଡିଛି। ଏହି ଦୁର୍ଘଟଣାରେ ମଧ୍ୟପ୍ରଦେଶର ୪ ଜଣ ପୁଲିସ କର୍ମଚାରୀ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଆହତ ମଧ୍ୟ ହୋଇଛନ୍ତି। ଯମୁନା ଏକ୍ସପ୍ରେସୱେର ମାଇଲ ଷ୍ଟୋନ ୮୦ ରେ ଏକ ବୋଲେରୋ ପୋଲ ସହ ଧକ୍କା ହେବା ପରେ ଅନିୟନ୍ତ୍ରିତ ହୋଇ ୨ ଭାଗରେ ଖଣ୍ଡିତ ହୋଇ ଯାଇଛି। ମଧ୍ୟପ୍ରଦେଶର ଟୀକମଗଡର ଥାନା ଭୁଡେରାର ପୁଲିସ ଟିମ ଅପହରଣ ହୋଇଥିବା ଜଣେ ଯୁବତୀଙ୍କୁ ଖୋଜିବାକୁ ହରିୟାଣାର ବହାଦୁରଗଡ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ବିଷୟରେ ଖବର ପାଇ ସୁରୀର ପୁଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆଜି ଭୋର ୫ଟାରେ ସଡକ ଦୁର୍ଘଟଣାରେ ଏକ୍ସପ୍ରେସୱେରେ ଗୋଟିଏ ପଟ ରାସ୍ତା ବନ୍ଦ ହୋଇଯାଇଥିଲା। ଦୁର୍ଘଟଣା ଆଗ୍ରା ରୁ ନୋଏଡା ଯାଇଥିବା ରାସ୍ତାରେ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତାରେ ଗାଡି ଗୁଡିକର ଲମ୍ବା ଲାଇନ ଲାଗିଥିଲା। ଘଟଣାସ୍ଥଳରେ ପୁଲିସ ଟିମ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ହଟାଇ ଗମନାଗମନ ସ୍ୱଭାବିକ କରିଥିଲା।






More Stories
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….