ରିପୋର୍ଟ କାର୍ଡ / ମୟୁରଭଞ୍ଜ
ସମ୍ଭାବ୍ୟ ବାତ୍ୟା ଜୱାଦ ପ୍ରଭାବରେ ବର୍ଷା ଆଶଙ୍କାରେ ପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦ ରହିବ । ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ବନ ବିଭାଗ ଘୋଷଣା କରିଛି । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକୁ ଯାଇପାରିବେ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ୍ ସୂଚନା ଦେଇଛନ୍ତି ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….