ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ । କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିବା ସୂଚନା ମିଳିଛି। ଏପରିକି ବିଦ୍ୟାଭାରତୀଙ୍କ ପରିବାର ଲୋକେ ଗାଁରେ ନଥିବା ଜଣାପଡ଼ିଛି। ବିଦ୍ୟାଭାରତୀଙ୍କ ନାଁରେ NBW ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୋଲିସ ତାଙ୍କ ଗାଁକୁ ଯାଇଥିଲା । ସେହିପରି ଗତକାଲି ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପାଇନଥିଲା। ବିଦ୍ୟାଭାରତୀ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ବୋଲି ପୋଲିସ ସୂଚନ ପାଇଥିଲା। ଗତକାଲି ଛୁଟି ଅବଧି ସରିଥିବାରୁ ବିଦ୍ୟାଭାରତୀଙ୍କ ଅଫିସକୁ ପୋଲିସ ଯାଇଥିଲା। ହେଲେ ଅଫିସରେ ବିଦ୍ୟାଭାରତୀ ନଥିଲେ। ବିଦ୍ୟାଭାରତୀ ନିଜର ଛୁଟି ଅବଧି ବଢ଼ାଇଛନ୍ତି ନାହିଁ ତାହା ଜଣାପଡ଼ି ନାହିଁ। ତିନି ଦିନ ତଳେ ବିଦ୍ୟାଭାରତୀଙ୍କ ନାଁରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଥିଲେ ପାରଳାଖେମୁଣ୍ଡି SDJM କୋର୍ଟ।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..