ରିପୋର୍ଟ କାର୍ଡ / ପୁରୀ
ଜମିବାଡ଼ି ବିବାଦ ରୁ ବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ। ଏଭଳି ଘଟଣା ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ। ଆହତ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇଙ୍କୁ ଭୁବନେଶ୍ୱ ଏମ୍ସରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ସନ୍ତୋଷ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି। ଜମିବାଡ଼ିକୁ ନେଇ ସନ୍ତୋଷ ଓ ଅଧିକାରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସୂଚନା ଅନୁସାରେ- ଆଜି ସକାଳେ ଅଧିକାରୀ ଓ ରାଜେନ୍ଦ୍ର ନିଜ ଘରର ବାରିପଟେ ଜମିରେ କାମ କରୁଥିଲେ। ଏହି ସମୟରେ ସନ୍ତୋଷ ସେଠାରେ ପହଞ୍ଚି ଏସିଡ ମାଡ଼ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମରିଥିଲେ। ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..