Report Card Odisha

| Daily Odia News

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା,୧୪ ଆହତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ କବୀରପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ୩୫ ଜଣ ଯାତ୍ରୀଙ୍କୁ ନେଇ ବରୀ କାଇପଡ଼ାରୁ କଟକ ଆସୁଥିଲା। କବୀରପୁର ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍‌ ଓ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News