ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଭିକାରୀଙ୍କୁ ଭିକ ମାମଲା ରୁଜୁ କରିବ ପ୍ରଶାସନ। ନୂଆବର୍ଷରୁ କଡ଼ାକଡ଼ି ପାଳନ ହେବ ନିୟମ। ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରୀମୁକ୍ତ କରିବା ପାଇଁ ୨୦୨୫, ଜାନୁଆରୀ ୧ ରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲ୍ଲା ପ୍ରଶାସନ। ଜିଲାପାଳ ଆଶୀଷ ସିଂହ କହିଛନ୍ତି, ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦେଶ ଜାରି କରିଛି। ଇନ୍ଦୋର ଜିଲାପାଳ କହିଛନ୍ତି ଯେ, ‘‘ସହରରେ ଚଳିତ ମାସ ଶେଷ(ଡିସେମ୍ବର) ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ। ଜାନୁଆରୀ ୧ରୁ ଯଦି କୌଣସି ବ୍ୟକ୍ତି ଭିକ ଦେଉଥିବାର ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଏତଲା ମଧ୍ୟ ପଞ୍ଜିକୃତ ହେବ। ମୁଁ ସମସ୍ତ ଇନ୍ଦୋରବାସୀଙ୍କୁ ନିବେଦନ କରୁଛି ଯେ, ଲୋକମାନଙ୍କୁ ଭିକ୍ଷା ଦେଇ ପାପର ଭାଗିଦାରୀ ହୁଅନ୍ତୁ ନାହିଁ।’’ ସେ କହିଛନ୍ତି, ପ୍ରଶାସନ ଗତ କିଛି ମାସ ମଧ୍ୟରେ ଲୋକଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିବା ଏକାଧିକ ଗୋଷ୍ଠୀର ପର୍ଦାଫାଶ କରିଛି ଏବଂ ଭିକ ମାଗୁଥିବା ଅନେକ ଲୋକଙ୍କୁ ଥଇଥାନ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ୧୦ଟି ସହରକୁ ଭିକାରୀମୁକ୍ତ କରିବା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି, ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ ଅଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..