ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜୁନିୟର ଏନଟିଆର ୧କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଜୁନିୟର ଏନଟିଆର ସୋସିଆଲ ମିଡିଆ ଏକ୍ସରେ ଦୁଇ ରାଜ୍ୟର ବନ୍ୟା ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଉଭୟ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି। ଏପରି ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟବାସୀଙ୍କ ଉଦ୍ଧାର କରିବା ଲାଗି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବନ୍ୟାରେ ତେଲଙ୍ଗାନାରେ ୫୪୩୮ କୋଟି ଟଙ୍କା କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜୁନିୟର ଏନଟିଆର ହେଉଛନ୍ତି ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର। ତାଙ୍କ ପୂରାନାମ ହେଉଛି ନନ୍ଦମୁରୀ ତାରକା ରାମାରାଓ। ସେ ଏନଟି ରାମାରାଓଙ୍କ ନାତି।
More Stories
ଆସନ୍ତାକାଲି ସଂସଦରରେ ଆଗତ ହୋଇପାରେ ଓ୍ବାକଫ୍ ବିଲ୍…..
ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି:ସଞ୍ଜୟ…..
ଉତ୍ତରାଖଣ୍ଡର ୧୧ ଟି ସ୍ଥାନର ନାମ ପରିବର୍ତ୍ତନକଲେ ସରକାର…..